ମେଷ:-
ଆଜି କୌଣସି ନୂତନ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହେବାର ସୁଯୋଗ ରହିଛି, ଯାହା ଫଳରେ ଆପଣଙ୍କର ସୁଖ ସମୃଦ୍ଧିରେ ବୃଦ୍ଧି ଘଟିବ । ପାରିବାରିକ କ୍ଷେତ୍ରରେ କିଛି ଛୋଟମୋଟ ସମସ୍ୟା ଦେଖାଦେଲେ ମଧ୍ୟ ନିଜର ଧୈର୍ଯ୍ୟ ଓ ସହନଶୀଳତା କାରଣରୁ ଶାନ୍ତି କାଏମ ରହିବ । ରାଜନୀତି କରୁଥିବା ବ୍ୟକ୍ତିମାନେ ନୂତନ ଲୋକ ସମ୍ପର୍କରୁ ଆତ୍ମସନ୍ତୋଷ ଲାଭ କରିବେ । କୌଣସି ପାର୍ଟି ବା ସାମାଜିକ ସମାରୋହରେ ସମ୍ମିଳିତ ହେବା ପାଇଁ ନିମନ୍ତ୍ରଣ ପାଇପାରନ୍ତି । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ଏବଂ ପ୍ରତିଯୋଗିତାରେ ଆପଣଙ୍କୁ ଆଶାଜନକ ସଫଳତା ମିଳିବ । ନିଜର ପ୍ରିୟ ମିତ୍ରଙ୍କ ସହାୟତା ପାଇ କ୍ୟାରିୟରରେ ଉନ୍ନତି କରିବେ । ବ୍ୟବସାୟ କ୍ଷେତ୍ରରେ ନୂତନ ରଣନୀତି ଓ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ପ୍ରେମ-ପ୍ରସଙ୍ଗରେ ଥିବା ଦୂରତା କମିବ ଏବଂ ସଫଳତା ମିଳିବ ।
ବୃଷ:-
ଆର୍ଥିକ ଦୃଷ୍ଟିକୋଣରୁ ଆଜି ଦିନଟି ବହୁତ ଶୁଭ ଅଟେ; ପୁଞ୍ଜି ଲଗାଣ, ନୂତନ ଉଦ୍ୟୋଗ ଏବଂ ଧନ ଆଦାନ ପ୍ରଦାନ କାର୍ଯ୍ୟରେ ଆପଣ ବହୁତ ଲାଭବାନ୍ ହେବେ । ଯଦି ଆପଣ କୌଣସି ସ୍ଥାବର ସମ୍ପତ୍ତି ଯଥା ଜାଗା, ଜମି କିମ୍ବା ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବାକୁ ଚାହୁଁଛନ୍ତି, ତେବେ ସମୟ ଅନୁକୂଳ ଅଛି । କୌଣସି ନୂତନ କର୍ମ ବା ପ୍ରୋଜେକ୍ଟ ଆରମ୍ଭ କଲେ ସେଥିରେ ଆପଣ ବିଜୟୀ ହେବେ । ପ୍ରିୟଜନମାନେ ଆପଣଙ୍କର ପ୍ରଗତି ପାଇଁ ସାହାଯ୍ୟର ହାତ ବଢ଼ାଇବେ । ପ୍ରବାସ ଯାତ୍ରା କଲେ ସେଥିରୁ ସୁଫଳ ମିଳିବ । ରାଜନୀତିରେ ଉନ୍ନତି ହେବା ସହ ବରିଷ୍ଠ ନେତା ଓ ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଅଧିକ ଦୃଢ଼ୀଭୁତ ହେବ । ମହିଳାମାନଙ୍କ ପାଇଁ ଘର ପରିବାରର ବାତାବରଣ ଅତ୍ୟନ୍ତ ଆନନ୍ଦଦାୟକ ଓ ଶାନ୍ତିପୂର୍ଣ୍ଣ ରହିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ କୃତକାର୍ଯ୍ୟ ହୋଇ ସମ୍ମାନିତ ହେବେ ।
ମିଥୁନ:-
ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେବ ଏବଂ ମାନସିକ ସ୍ଥିରତା ଫେରିଆସିବ । ଦୂର ସ୍ଥାନରୁ କୌଣସି ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି ଏବଂ ଜାଗା, ଜମି ବା ଯାନବାହନ କ୍ରୟ କରିବା ପାଇଁ ମନ ବଳାଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବା ମାଧ୍ୟମରେ ସ୍ୱନାମ ଅର୍ଜନ କରିପାରିବେ । ନିଜର ଧୈର୍ଯ୍ୟ ଏବଂ ବୁଦ୍ଧିବଳ ପ୍ରୟୋଗ କରି ଜଟିଳ କାର୍ଯ୍ୟଗୁଡ଼ିକୁ ସହଜରେ ହାସଲ କରିପାରିବେ । କର୍ମକ୍ଷେତ୍ରରେ ସରକାରୀ ଚାପ ରହିଲେ ମଧ୍ୟ ଆପଣଙ୍କର ପରିଶ୍ରମ ଯୋଗୁଁ ଉନ୍ନତି ଅବଶ୍ୟ ହେବ । ନୂଆ ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ହେବ । ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ସହିତ ଉତ୍ତମ ସମନ୍ଵୟ ରହିବ, ଯାହାଦ୍ୱାରା ବନ୍ଧୁତ୍ଵ ଅଧିକ ଗଭୀର ହେବ । ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ସଫଳ ହେବ ।
କର୍କଟ:-
ଆଜି ଆପଣଙ୍କର ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ ଏବଂ ମାନସିକ ଶାନ୍ତି ପ୍ରାପ୍ତ ହେବ । ଚାକିରୀ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି ଏବଂ ମନଲାଖି ସ୍ଥାନକୁ ସ୍ଥାନାନ୍ତର ମଧ୍ୟ ହୋଇପାରେ । ପ୍ରିୟଜନ ଓ ବନ୍ଧୁମାନେ ଆପଣଙ୍କୁ ଲକ୍ଷ୍ୟ ହାସଲ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ବିଚାର ବିଭାଗର କୌଣସି ପୁରୁଣା ରାୟ ବା ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବାର ସମ୍ଭାବନା ଅଛି । ଉଚ୍ଚଆଶା ସଫଳ ହେବା ଫଳରେ ପାରିବାରିକ ଜୀବନରେ ଖୁସିର ଲହରି ଖେଳିଯିବ । ରାଜନୀତିରେ ପତିଆରା ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ଉପଯୁକ୍ତ ମାର୍କେଟିଂ ବା ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ପ୍ରେମୀ-ପ୍ରେମିକାଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର ହେବ ଏବଂ ସମ୍ପର୍କ ମଜବୁତ ହେବ । ତେବେ ବିନା ପରାମର୍ଶରେ କୌଣସି ଅତି ନୂତନ ବୃହତ କାର୍ଯ୍ୟ ଆରମ୍ଭ ନକରିବା ଶ୍ରେୟସ୍କର ।
ସିଂହ:-
ଆଜି କୌଣସି ସାମାଜିକ ସମାରୋହ ବା ମାଙ୍ଗଳିକ କାର୍ଯ୍ୟରେ ସମ୍ମିଳିତ ହେବାର ସୁଯୋଗ ପାଇବେ । ରାଜନୀତି ମାମଲାରେ ଆପଣଙ୍କର ରଣନୀତି ସଫଳ ହେବ ଏବଂ ସମ୍ମାନ ମିଳିବ । ବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଉନ୍ନତି କରିବେ ଓ ମନ ପ୍ରସନ୍ନ ରହିବ । ମହିଳାମାନେ ନିଜର ଆନୁଷ୍ଠାନିକ ବା ଗୃହ କାର୍ଯ୍ୟ ହାସଲ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ତେବେ ଲୋକସମ୍ପର୍କ ଏବଂ ଧାର୍ମିକ ଅନୁଷ୍ଠାନରେ କାମ କଲାବେଳେ ସାବଧାନ ରୁହନ୍ତୁ, ସାମାନ୍ୟ କ୍ଷତିର ସମ୍ଭାବନା ଅଛି । ଆମୋଦ ପ୍ରମୋଦ, ମନୋରଞ୍ଜନ ଏବଂ ଦୂର ଯାତ୍ରାର ଯୋଗ ରହିଛି । ସନ୍ତାନମାନଙ୍କର କୌଣସି କଥାକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ଶାରିରୀକ ଅସୁସ୍ଥତା କିମ୍ବା ମାନସିକ ଅଶାନ୍ତି ଯୋଗୁଁ ଧାର୍ମିକ କାର୍ଯ୍ୟରେ ସାମାନ୍ୟ ବାଧା ଉପୁଜି ପାରେ ।
କନ୍ୟା:-
ବ୍ୟବସାୟରେ ଆଖିଦୃଶିଆ ଉନ୍ନତି ହେବ, ଯାହା ଆପଣଙ୍କୁ ମାନସିକ ତୃପ୍ତି ପ୍ରଦାନ କରିବ । ଯଦି ଆପଣ କୌଣସି ନୂତନ କର୍ମ ବା ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଦିନଟି ବିଜୟ ପ୍ରଦାନ କରିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ମିତ୍ରଙ୍କ ଠାରୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ଆଜି ଜଣେ ଅତି ମହତ୍ତ୍ଵପୂର୍ଣ୍ଣ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ । ଶିକ୍ଷା ଓ ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ମିଳିବା ଦ୍ୱାରା ପରିବାରରେ ଖୁସି ବଢ଼ିବ । କଳା, ସାହିତ୍ୟ, କ୍ରିଡା ଏବଂ ଚଳଚ୍ଚିତ୍ର ଜଗତରେ ଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା ଓ ପୁରସ୍କାର ମିଳିପାରେ । ନିଜର ମଧୁର ବଚନ ଓ ବିନୟପୂର୍ଣ୍ଣ କଥା କହି ଆପଣ ଜଟିଳ ପରିସ୍ଥିତିକୁ ନିଜ ସପକ୍ଷରେ କରିପାରିବେ । ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ରହିବ ।
ତୁଳା:-
ଆର୍ଥିକ କ୍ଷେତ୍ରରେ ଆଜି ଦିନଟି ଅତ୍ୟନ୍ତ ଲାଭପ୍ରଦ; ସେୟାର ବଜାର ଓ ପୁଞ୍ଜି ନିବେଶ କଲେ ଭବିଷ୍ୟତରେ ପ୍ରଚୁର ଧନ ପ୍ରାପ୍ତ ହେବାର ସୁଯୋଗ ଅଛି । ଅଫିସରେ ଆପଣଙ୍କର ପରିଶ୍ରମର ଫଳ ଶୁଭ ସୂଚନା ରୂପେ ମିଳିବ । ଶତୃ ଏବଂ ବିରୋଧୀମାନେ ଆପଣଙ୍କର ଦକ୍ଷତା ଆଗରେ ପରାଜୟ ସ୍ୱୀକାର କରିବେ । ଆଜି ଆକସ୍ମିକ ଧନର ଆଗମନ ହୋଇପାରେ । ପାରିବାରିକ କ୍ଷେତ୍ରରେ ରହିଯାଇଥିବା ଅଧୁରା କାର୍ଯ୍ୟଗୁଡ଼ିକ ଶେଷ କରିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ବରିଷ୍ଠ କର୍ମଚାରୀ ଓ ସହଯୋଗୀ ମାନଙ୍କର ପୂର୍ଣ୍ଣ ସମର୍ଥନ ମିଳିବ । ବ୍ୟବସାୟରେ ବିସ୍ତାର ହେବା ସହ ଅଧିକ ମୁନାଫା ମିଳିବ । ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ହେବ ଏବଂ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧି ହେବ ।
ବିଚ୍ଛା:-
ଆଜି ଆପଣ ବନ୍ଧୁମିତ୍ରଙ୍କ ଗହଣରେ ହସଖୁସିରେ ସମୟ ବିତେଇବେ । କୌଣସି ପାରିବାରିକ ସମସ୍ୟା ଥିଲେ ନିଜର ତୀକ୍ଷ୍ଣ ବୁଦ୍ଧି ଓ ବିବେକ ଖଟାଇ ତାହାର ସ୍ଥାୟୀ ସମାଧାନ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଏବଂ ସାକ୍ଷାତକାରରେ ବିଜୟ ଲାଭ କରିବେ । ମନରେ ଦୀର୍ଘ ଦିନରୁ ଥିବା କାମନା ବା ଆଶା ଆଜି ପୂର୍ଣ୍ଣ ହେବ । ଆର୍ଥିକ ଉନ୍ନତି ଘଟିବ, ଯାହା ଫଳରେ ଚିନ୍ତା କରିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦିତ ହେବ । ଶାରୀରିକ କଷ୍ଟରୁ ମୁକ୍ତି ମିଳିବ ଏବଂ ନୂତନ ଉର୍ଜା ଅନୁଭବ କରିବେ । ବ୍ୟବସାୟରେ ଆଶାତୀତ ସଫଳତା ପାଇବା ସହ କିଛି ନୂତନ ବିଳାସପୂର୍ଣ୍ଣ ପଦାର୍ଥ ସଂଗ୍ରହ କରି ପାରନ୍ତି । ସନ୍ତାନଙ୍କ ସଫଳତା ସମ୍ବନ୍ଧୀୟ ଶୁଭ ସମାଚାର ମନକୁ ଆତ୍ମସନ୍ତୋଷ ଦେବ ।
ଧନୁ:-
ଆଜି ଘରକୁ ଆତ୍ମୀୟ ସ୍ଵଜନ ଓ ବନ୍ଧୁମିତ୍ରଙ୍କ ଆଗମନ ହୋଇପାରେ । ଆପଣଙ୍କର ସହାୟତା ଦ୍ୱାରା ବନ୍ଧୁଙ୍କର କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ସଫଳ ହେବ । ସାମୁହିକ ପ୍ରୟାସ ଏବଂ ଅନ୍ୟମାନଙ୍କ ସହଯୋଗ ଦ୍ଵାରା ଆପଣ କ୍ୟାରିୟରରେ ଆଗକୁ ବଢିବେ । ଧର୍ମ ଏବଂ କର୍ମ ପ୍ରତି ରୁଚି ବୃଦ୍ଧି ହେବ, ଯାହା ଆପଣଙ୍କୁ ମାନସିକ ଶାନ୍ତି ଦେବ । କୌଣସି ବିଶେଷ ବିଷୟରେ ଜ୍ଞାନ ହାସିଲ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ରାଜନୀତି କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ଯଥେଷ୍ଟ ସମ୍ମାନ ଓ ପ୍ରଶଂସା ମିଳିବ । ଶିକ୍ଷା କ୍ଷେତ୍ରରେ ପରୀକ୍ଷା ଫଳ ଆପଣଙ୍କ ସପକ୍ଷରେ ରହିବ । ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା ବା ନୂତନ ପ୍ରୟାସ ସଫଳ ହେବ । ମହିଳାମାନେ ବନ୍ଧୁ ବାନ୍ଧବଙ୍କ ଦ୍ଵାରା ଜଟିଳ ସମସ୍ୟାର ସମାଧାନ ପାଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ଲାଭ କରିବେ ।
ମକର:-
ପୂର୍ବରୁ କରିଥିବା ପୁରୁଣା ନିବେଶରୁ ଆଜି ଭଲ ଲାଭ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଯାହାଫଳରେ ସମାଜରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ପ୍ରପର୍ଟୀ ବା ଜମିବାଡ଼ି ସମ୍ବନ୍ଧିୟ ମାମଲା ଜଣେ ମଧ୍ୟସ୍ଥଙ୍କ ସାହାଯ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେବ । ପ୍ରେମୀ-ପ୍ରେମିକାଙ୍କ ମଧ୍ୟରେ ସାମଞ୍ଜସ୍ୟ ଓ ନିବିଡ଼ତା ବୃଦ୍ଧି ହେବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଘଟିବା ସହ ଶରୀର ସୁସ୍ଥ ରହିବ । ଆଜି ଆପଣଙ୍କର ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ଅଟକି ରହିଥିବା ସରକାରୀ କାର୍ଯ୍ୟଗୁଡ଼ିକ ଆଜି ପୂରଣ ହେବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଶୁଭ ଯୋଗ ରହିଛି । ସାମାଜିକ ପତିଆରା ବଜାୟ ରହିବ ଏବଂ ଭାଇ-ଭଉଣୀ ମାନଙ୍କ ସହ ଥିବା ମନୋମାଳିନ୍ୟ ଦୂର ହେବ । ନୂତନ ଗୃହ ଓ ଯାନବାହନ ସୁଖ ପ୍ରାପ୍ତ ହୋଇପାରେ ।
କୁମ୍ଭ:-
ସ୍ଵାସ୍ଥ୍ୟ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ ଏବଂ ଆପଣ ସତେଜ ଅନୁଭବ କରିବେ । ଘରେ କୌଣସି ଶୁଭ ବା ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବାକୁ ପ୍ରସ୍ତୁତି କରିବେ । ନୂତନ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ସଠିକ୍ ସମୟ ନିର୍ଦ୍ଧାରଣ କରି କାର୍ଯ୍ୟ କରିବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ ଏବଂ ନୂତନ ପଦପଦବୀ ମିଳିପାରେ । କଳା, ସାହିତ୍ୟ, ଚଳଚ୍ଚିତ୍ର ଏବଂ ସଂଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ମହିଳାମାନେ ଗୃହୋପକରଣ ବା ନୂତନ ବସ୍ତ୍ରାଳଙ୍କାର କ୍ରୟ କରିବେ ଏବଂ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ । ସନ୍ତାନମାନେ ନିଜକୁ ସୁରକ୍ଷିତ ଓ ଖୁସି ଅନୁଭବ କରିବେ ।
ମୀନ:-
ବନ୍ଧୁ ମିତ୍ରଙ୍କ ପୂର୍ଣ୍ଣ ସହଯୋଗ, ପ୍ରେରଣା ଏବଂ ଆର୍ଥିକ ସହାୟତା ମିଳିବା ଫଳରେ ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଆର୍ଥିକ କ୍ଷେତ୍ରରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଦୀର୍ଘ ଦିନର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ । ଅଧ୍ୟାପନା ବା ଶିକ୍ଷାଦାନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କ୍ୟାରିୟରରେ ଆଗକୁ ବଢ଼ିବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବ । ଶତୃମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ । ଭ୍ରମଣ, ରାଜନୀତି, ପ୍ରକାଶନ ଓ ସଂଗଠନ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ପୈତୃକ ସମ୍ପତ୍ତିକୁ ନେଇ ଚାଲିଥିବା ପାରିବାରିକ ଦ୍ଵନ୍ଦ ଶାନ୍ତିପୂର୍ଣ୍ଣ ଭାବେ ମେଣ୍ଟିଯିବ । କର୍ମକ୍ଷେତ୍ରରେ ସରକାରୀ ସହାୟତା ଓ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।

Social Footer