Upload Image

Upload Image

Breaking News

ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ !


ଯେଉଁ ମାଆ ଜନ୍ମଦାତ୍ରୀ ଥିଲା ସେହି ମାଆ ଶେଷରେ ହତ୍ୟାକାରୀ ପାଲଟିଛି । ନିଜର ଦୁଇ ଛୁଆଙ୍କୁ କୂଅରେ ପିଙ୍ଗି ଦେଇଛି ମାଆ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗ୍ରାମରେ । ଦୁଇ ମୃତ ଶିଶୁ ହେଲେ ଜେମେସ ମାଡ଼କି ଓ ସଞ୍ଜୁ ମାଡ଼କିଙ୍କ ୨ କନ୍ୟା ସୂହାନା ମାଡ଼କି, ଯାହାର ବୟସ ୬ ବର୍ଷ ଓ ଅନ୍ୟ ଶିଶୁ କନ୍ୟା ଟି ମାତ୍ର ଚାରି ମାସର , ଯାହାର ଏପର‌୍ୟ୍ୟନ୍ତ ନାମକରଣ ମଧ୍ୟ ହୋଇନଥିବା ଜଣାପଡ଼ିଛି । 

ନିଜ ଜନ୍ମ କଲା ୨ ଶିଶୁ କନ୍ୟା ଙ୍କୁ ହତ୍ୟା କଲା ମାଁ । ଶିଶୁ ମାନଙ୍କୁ କୁଅରେ ପକାଇ ଜୀବନ ନେବା ପରେ ମାଁ ଘଟଣା ସ୍ଥଳରୁ ଫେରାର ମାରିଥିବା ସୂଚନା ରହିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗ୍ରାମରେ ।

 ସର୍ଗିଡ଼ିହି ଗ୍ରାମର ଜେମେସ ମାଡ଼କି ଓ ସଞ୍ଜୁ ମାଡ଼କିଙ୍କର ୨ଟି କନ୍ୟା ସନ୍ତାନ ଥିଲେ । ଗତକାଲି ସନ୍ଧ୍ୟାରେ ସଞ୍ଜୁ ୨ ଶିଶୁ କନ୍ୟାଙ୍କୁ ନେଇ କେଉଁ ଆଡ଼କୁ ଚାଲି ଯାଇଥିଲେ । କିଛି ସମୟ ପରେ ସେ ଘରକୁ ଏକୁଟିଆ ଫେରିବାରୁ ଝିଅ ଦୁଇ ଜଣ କୁଆଡ଼େ ଗଲେ ବୋଲି ଜେମେସ ପଚାରିଥିଲେ । ସଞ୍ଜୁ ଶିଶୁମାନଙ୍କୁ ଘର ପାଖ ଚାଷ ଜମିରେ ଥିବା କୂଅରେ ପକାଇ ଦେଇଥିବା କହି ସେଠାରୁ ଦୌଡ଼ି ଚାଲି ଯାଇଥିଲେ । 

ସଞ୍ଜୁଙ୍କଠାରୁ ଜେମେସ ଏକଥା ଶୁଣି ତୁରନ୍ତ କୂଅ ନିକଟକୁ ଧାଇଁଥିଲେ । ଗ୍ରାମବାସୀଙ୍କ ସହାୟତାରେ ଉଭୟ ଶିଶୁଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । 

ଏନେଇ ସୂଚନା ପାଇବା ପରେ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ । ଘଟଣା ପରଠାରୁ ଅଭିଯୁକ୍ତ ମାଆ ଫେରାର ରହିଛି । ସେ ସାମାନ୍ୟ ମାନସିକ ବିକୃତ ଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତଥାପି ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।

Type and hit Enter to search

Close